Latest Odisha News

BREAKING NEWS

ଉତ୍ସବ ସମୟରେ ‘‌ଭୋକାଲ୍‌ ଫର୍‌ ଲୋକାଲ୍’‌ ମନ୍ତ୍ରକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାରଙ୍କ ଆବେଦନ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଏଥର କେନ୍ଦ୍ର ସରକାର ପକ୍ଷରୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି। ଦୀପାବଳି ପର୍ବ ସମୟରେ ସ୍ଥାନୀୟ ଉତ୍ପାଦଗୁଡ଼ିକ କ୍ରୟ କରିବା ପାଇଁ ଲଗାତାର୍‌ ଭାବେ ଅପିଲ କରାଯାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଟ୍ୱିଟ୍ ଏହି ବାର୍ତ୍ତା ଦେଉଛନ୍ତି।

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ପର୍ବ ସମୟରେ ଲୋକମାନେ ଜୋର୍‌ଦାର୍‌ ସପିଂ କରୁଛନ୍ତି। ଏହି କିଣାବିକା ସମୟରେ # ଭୋକାଲ୍ ଫର୍‌ ଲୋକାଲ୍ ମନ୍ତ୍ରକୁ ନ ଭୁଲିବା ପାଇଁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ ଆମ ଦେଶକୁ ଆଗକୁ ବଢାଇବାକୁ ପଡିବ, ତେଣୁ ସମସ୍ତ ଛୋଟ ବ୍ୟବସାୟୀ, କାରିଗର, କଳାକାର, ଗାଁର ଭଉଣୀମାନଙ୍କୁ ସୁଯୋଗ ଦିଆଯିବା ଉଚିତ୍। ସମସ୍ତଙ୍କ ମନରେ ଏହି ଭାବନା ଜାଗ୍ରତ ହେବା ଉଚିତ ଯେ ଏହି ଦିୱାଲୀ # ଭୋକାଲ୍ ଫର୍‌ ଲୋକାଲ୍ ହେବା ଉଚିତ୍।

Comments are closed.