Latest Odisha News

BREAKING NEWS

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।

ଗୋସ୍ୱାମୀଙ୍କ ତରଫରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ବେଞ୍ଚ ମନା କରିଦେଇଛନ୍ତି।  ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ। ତେବେ କୋର୍ଟ ଜାମିନ ଲାଗି ତାଙ୍କୁ ନିମ୍ନ ଅଦାତଲରେ ଆବେଦନ କରିପାରନ୍ତି ବୋଲି ପରାମର୍ଶ ଦେଇଥିବା ଜଣାପଡିଛି।

ଆଇନ ସମ୍ପର୍କିତ ୱେବ୍‌ସାଇଟ୍ ଲାଇଭ ଲ ଅନୁସାରେ ହାଇକୋର୍ଟ ଅଭିଯୋଗକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷ ନ ଶୁଣିବା ପର୍ଯ୍ୟନ୍ତ ଅନ୍ତରୀଣ ଆଦେଶ ଗୃହୀତ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। କୋର୍ଟରେ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଶୁଣାଣି ଗତକାଲି ରାତିରୁ ଚାଲିଥିଲା। ଦୀର୍ଘ ୬ ଘଣ୍ଟାର ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତିରେ ପହଂଚିଛନ୍ତି ।

Comments are closed.