Latest Odisha News

BREAKING NEWS

ଆସନ୍ତୁ ଜାଣିବା ଚୀନ, ରୁଷିଆ କାହିଁକିି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି

ନ୍ୟୁୟର୍କ:ଆମେରିକା ନିର୍ବାଚନ ସରିଯାଇଛି । ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତୁ ଜାଣିବା କାହିଁକି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଚୀନ, ରୁଷିଆ ଓ ମେକ୍ସିକୋ ଏବେ ବି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି । ଚୀନ ସୋମବାର ସ୍ପଷ୍ଟ କରିଛି ଯେ ପର୍ଯ୍ୟନ୍ତ ଅନ୍ତିମ ନିଷ୍ପତି ହୋଇନି ସେ ପର୍ଯ୍ୟନ୍ତ କିପରି ଭାବେ ଆମେ ଶୁଭେଚ୍ଛା ଜଣାଇବୁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନୁନର ସହାୟତା ନେବାକୁ ଯାଉଛନ୍ତି । ରୁଷିଆ ମଧ୍ୟ ସମାନ କଥା କହିଛି ।

ବାଇଡେନ ଏବଂ ତାଙ୍କ ଦଳ ନିଜକୁ ବିଜେତା ଘୋଷିତ କରିଛନ୍ତି । ସବୁ କିଛି ଚୂଡାନ୍ତ ହେଲା ପରେ ଆମେ ଶୁଭେଚ୍ଛା ଜଣାଇବୁ ବୋଲି ରୁଷ ପକ୍ଷରୁ କୁହାଯାଇଛି । ବାଇଡେନ ୭.୫କୋଟି ଓ ଟ୍ରମ୍ପ ୭ କୋଟି ଭୋଟ ପାଇଛନ୍ତ । ସେହିପରି ବାଇଡେନଙ୍କୁ ୨୯୦ ଓ ଟ୍ରମ୍ପଙ୍କୁ ୨୧୪ ଇଲେକଟୋରାଲ ଭୋଟ ମିଳିଛି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ୨୭୦ ଇଲେକଟୋରାଲ ଭୋଟ ପାଇବା ଜରୁରୀ । ମେକ୍ସିକୋ ମଧ୍ୟ ଆଉ କିଛି ସମୟ ଅପେକ୍ଷା କରିବ ବୋଲି କହିଛି ।

Comments are closed.