Latest Odisha News

BREAKING NEWS

ଝାରସୁଗୁଡ଼ା ମୁଖ୍ୟ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଲାଗି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଝାରସୁଗୁଡା ମୁଖ୍ୟ ଷ୍ଟେସନର ଆଧୁନିିକୀକରଣ କରାଯାଉଥିବା ବେଳେ ଏହାକୁ ନଜରରେ ରଖି ରେଳବାଇ ପକ୍ଷରୁ କେତେକ  ଟ୍ରେନ ଚଳାଚଳରେ ପରିବର୍ତ୍ତନ ହୋଇଛି  ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ବସ ସେବା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛି ।

ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ପ୍ରଥମ ଟ୍ରେନ ଭାବେ ବିଶାଖାପଟ୍ଟନମ୍-ଅମୃତସର-ବିଶାଖାପଟ୍ଟନମ୍ ହୀରାକୁଦ ଏକ୍ସପ୍ରେସର ଗତି ପରିବର୍ତ୍ତନ କରାଯିବ । ଏହା ଝାରସୁଗୁଡା ରୋଡ ଦେଇ ଆଇବି-ବେଲପାହାଡ ଷ୍ଟେସନ ମଧ୍ୟରେ ଚାଲିବ । ଏହା ପରେ ପରବର୍ତ୍ତୀ ସୂଚନା ମିଳିବ ।

ଗତି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟ ଷ୍ଟେସନ ଓ ଝାରସୁଗୁଡା ଷ୍ଟେସନର ୧.୫କିମି. ଦୂରତା ମଧ୍ୟରେ ମାଗଣା ବସ ସେବା ବ୍ୟବସ୍ଥା ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.