Latest Odisha News

BREAKING NEWS

ମାର୍ଚ୍ଚ ୨୦୨୧ ସୁଦ୍ଧା ଗ୍ରାହକଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ନିର୍ଦେଶ ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସୀତାରମଣ ଏହି ନିର୍ଦେଶ‌ ଦେଇଛନ୍ତି। ‌ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁଗୁଡ଼ିକରେ ଆଧାର ସଂଲଗ୍ନ ହୋଇନାହିଁ। ତେ‌ଣୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଯେଉଁ ‌ବ୍ୟାଙ୍କ ଆକାଉଣ୍ଟରେ ପାନ୍ ନମ୍ବର ଯୋଡ଼ିବା ଜରୁରୀ ତାହା କରିବା ସହିତ ପ୍ରତ୍ୟେକ ଆକାଉଣ୍ଟ ସହିତ ଆଧାର ନମ୍ବର ଯୋଡ଼ିବା ଲାଗି ସେ କହିଛନ୍ତି। ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ସହିତ ୟୁପିଆଇ ମାଧ୍ୟମରେ ପେମେଣ୍ଟକୁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି।

BjdElectrycity
Leave A Reply

Your email address will not be published.