Latest Odisha News

ଗୁଜରାଟରେ ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି, ଦେଖନ୍ତୁ ଭୟାବହ ଅଗ୍ନିକାଣ୍ଡର ଭିଡିଓ

ଗୁଜରାଟ: ଜଳିଗଲା ପ୍ଲାଷ୍ଟିକ ଫ୍ୟାକ୍ଚ୍ରି । ଗୁଜରାଟର ବଲସାଡରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁ ହୁ ହୋଇ ଜଳି ଯାଉଛି ପ୍ଲାଷ୍ଟିକ ଫ୍ୟାକ୍ଟ୍ରି । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ପୁରୀ ଫ୍ୟାକ୍ଟ୍ରି ଜଳୁଛି ।

ଖବରପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ ଟିମ୍ । ନିଆଁ ଲିଭା କାମରେ ଲାଗିଛନ୍ତି । କେମିତି ଏହି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ । ଶେଷ ଖବର ସୁଦ୍ଧା ନିଆଁ ଲିଭା କାମ ଜାରି ରହିଛି ।

Leave A Reply

Your email address will not be published.