ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ରିପବ୍ଲିକାନ୍ ପାର୍ଟିକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ଆଇନ ସଂସ୍ଥା ପେନସିଲଭାନିଆ ମାମଲାରୁ ନିଜକୁ ଅଲଗା କରିଛି। ନିର୍ବାଚନକୁ ନେଇ ଆଇନଗତ ଯୁଦ୍ଧ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଫେଡେରାଲ କୋର୍ଟ ୯,୩୦୦ ମେଲ୍ ଇନ୍ ଭୋଟ୍କୁ ବା ଡାକ ମତପତ୍ରକୁ ପ୍ରତିବନ୍ଧକ ଲାଗାଇବାକୁ ମନା କରିଦେଇଥିଲା।
ଏହା ସେହି ମେଲ୍ ଇନ୍ ଭୋଟ୍ସ ଥିଲା ଯାହା ପେନସିଲଭାନିଆ ନିର୍ବାଚନ ଦିନର ପର ଦିନ ପହଞ୍ଚିଥିଲା। ଏହି ମାମଲାରେ କରୋନା ମହାମାରୀ ହେତୁ ସୃଷ୍ଟି ହୋଇଥିବା ବିରାଟ ଅସୁବିଧା ତଥା ଅଭୁତପୂର୍ବ ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ବିଚାରପତି ଏହି ମାମଲାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତିନି ଦିନ ବୃଦ୍ଧି କରିବାକୁ ଯଥାର୍ଥତା ଦେଇଛନ୍ତି।
ସୂଚନାଯୋଗ୍ୟ ଟ୍ରମ୍ପ ତାଙ୍କ ପରାଜୟକୁ ଗ୍ରହଣ କରୁନାହାଁନ୍ତି ଏବଂ ତାଙ୍କୁ ନିର୍ବାଚନରେ ପ୍ରତାରଣା କରୁଥିବା ଅଭିଯୋଗ କରୁଛନ୍ତି। ଗଣନା କରିବାର ପଦ୍ଧତି ଉପରେ ପ୍ରଶ୍ନ ଉଠାଇ ଟ୍ରମ୍ପ ମିଚିଗାନ ଏବଂ ପେନସିଲଭାନିଆ ପ୍ରଦେଶରେ ଗଣନା ସଂପର୍କରେ କୋର୍ଟରେ ମାମଲା ଦାୟର କରିଥିଲେ।
Comments are closed.