ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି ।
Update on newly detected #COVID19 cases in the last
24 hrs under the BMC area on 16th Nov (till 9am) pic.twitter.com/hM5OGeQymx— BMC (@bmcbbsr) November 16, 2020
ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ୱିଟ୍ ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରେ ୨୨ କ୍ୱାରେଣ୍ଟାଇନ୍ ଏବଂ ୩୦ ସ୍ଥାନୀୟ ମାମଲା ରହିଛି । ଏହାଛଡା ୭୪ ଜଣ ସୁସ୍ଥ ହୋଇଛନ୍ତି ।
ତେବେ ଏଠାରେ ୬୬୭ ଆକ୍ଟିଭ କେସ୍ ରହିଛି। ମୋଟ୍ ୨୯,୨୯୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୯୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।
Comments are closed.