ଭୁବନେଶ୍ୱର: ମହାମାରୀ ନେଉଛି ଜୀବନ । ରାଜ୍ୟରେ ଆଉ ୧୭ ଲୋକଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୦ ଜିଲ୍ଲାର ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ୧୨ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି ।

ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ । ସୁନ୍ଦରଗଡ଼, ସମ୍ୱଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ୱଲପୁରରୁ ୩ ଜଣ ଆଖି ବୁଜିଛନ୍ତି ।

ସୁବର୍ଣ୍ଣପୁର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ବରଗଡ଼, ପୁରୀ, କଟକ, ଗଞ୍ଜାମ, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ବ୍ୟତୀତ ଭୁବନେଶ୍ୱରରୁ ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ ।

ରାଜ୍ୟରେ ୧୫ ଶହ ୬୦କୁ ବୃଦ୍ଧି ପାଇଛି କରୋନା ଜନିତ ମୃତ୍ୟୁସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲାରେ ୧୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ୦.୫୦% ।
BREAKING NEWS
- କାହିଁକି ଗୀତ ଗାଇବେନି ଅରିଜିତ୍ ସିଂ? ଅସଲ କାରଣ କହିଲେ ଗାୟକ
- ନୂତନ H-1B ଭିଜା ଆବେଦନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ
- ସଂସଦର ବଜେଟ ଅଧିବେଶନ, ଭିବି ଜି-ରାମ-ଜି ଓ ଏସଆଇଆର ଉପରେ ହେବନି କୌଣସି ଆଲୋଚନା
- IND vs NZ 4th T20I: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦
- NKS Bandh Call: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
Comments are closed.