ଭୁବନେଶ୍ୱର: ୫୩ଟି ସ୍ମାର୍ଟଫୋନକୁ ନେଇ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କୋଲକାତା ଯାଉଥିବା ବେଳେ କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଥିବା ଜଣାପଡିଛି।
ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ସ୍ମାର୍ଟଫୋନ୍ ଗୁଡିକ ଭୁବନେଶ୍ୱରରୁ ଚୋରି କିମ୍ବା ଛିନତାଇ ହୋଇଥିବା ଅନୁମାନ କରାଯାଉଛି। ଯାହାକୁ ବିକ୍ରି ପାଇଁ କୋଲକାତାକୁ ନିଆଯାଉଥିଲା।
“ଆମେ ସେଗୁଡ଼ିକର ଆଇଏମଇଆଇ ନମ୍ବର ଶେୟାର କରିବୁ। ଏନେଇ ଅଧିକ ଅନୁସନ୍ଧାନ ଚାଲିଛି‘‘ ବୋଲି ସେ କହିଛନ୍ତି।
Comments are closed.