Latest Odisha News

BREAKING NEWS

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ।

ଆନ୍ଧ୍ରପ୍ରଦେଶ ସୀମାନ୍ତ ଏନୁଗୁ ଅଞ୍ଚଳରୁ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ନାଇଟ୍ ପାଟ୍ରୋଲିଂ କରିଥିଲେ ।

ଏତିକିବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇଥିଲା ପୋଲିସ । ଯାଞ୍ଚ ବେଳେ ବାହାରିଥିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ । ଦୁଇ ଜଣଙ୍କୁ ଅଠକ ରଖି ପଚରାଉଚରା କରୁଛି ମାଛକୁଣ୍ଡ ଥାନା ପୋଲିସ । ୧୬ଟି ବ୍ୟାଗରୁ ପ୍ରାୟ ୩୨୧ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

Comments are closed.