ଜାକର୍ତା: ଭଗବାନ ଯାହାକୁ ଦିଅନ୍ତି, ହାତ ଖୋଲିକରି ଦିଅନ୍ତି ତାହା ପୁନର୍ବାର ପ୍ରମାଣିତ ହୋଇଛି । ଇଣ୍ଡୋନେସିଆର ୩୩ ବର୍ଷୀୟ ଜୋସୁଆ ହୁତାଗୁଲାଙ୍ଗଙ୍କ ଆର୍ଥୀକ ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିଲା । ଦିନେ ସେ ରାତିରେ ଶୋଇଛନ୍ତି ହଠାତ୍ ତାଙ୍କ ଛାତ ଉପରେ କଣ ଗୋଟେ ଶବ୍ଦ କରି ପଡିଲା । ତାହା ଛାତ କଣା କରି ମାଟିରେ ଅଧା ପୋତି ହୋଇ ପଡିଲା । ଜୋସୁଆ ପାଖରୁ ଯାଇ ଦେଖିଲା ବେଳକୁ ଏହା ଉଲକାପିଣ୍ଡର ଏକ ଅଂଶ ବୋଲି ଜଣା ପଡିଥିଲା ।
ଖବର ପ୍ରଚାରିତ ହେବା ପରେ ଘରେ ଲୋକ ଏକତ୍ର ହେଲେ । ଗବେଷକମାନେ ମଧ୍ୟ ଆସି ଏହାକୁ ଦେଖି ଚକିତ ହୋଇ ପଡିଥିଲେ । ଏହା ୪୫ କୋଟି ବର୍ଷ ତଳର ଉଲକାପିଣ୍ଡର ଅଂଶ । ଏହାର ପ୍ରତି ଗ୍ରାମର ମୂଲ୍ୟ ୮୫୮ ଡଲାର ରହିଛି । ଏହାକୁ ହିସାବ କରି ଅଧିକାରୀମାନେ ତାଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ । ଜୋଶୁଆ ଏତେ ପରିମାଣର ଅର୍ଥ ପାଇ ଖୁସି ହୋଇ ପଡିଥିଲେ । ତାଙ୍କ ୩ ପିଲାଙ୍କୁ ମଣିଷ କରିବା ସହ ଏକ ଚର୍ଚ୍ଚ ନିର୍ମାଣ କରିବେ ବୋଲି କହିଛନ୍ତି ।
Comments are closed.