Latest Odisha News

ନିଜସ୍ୱ ଶୈଳୀରେ ପ୍ରସ୍ତୁତ ହେଲା ରେଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ, ୪ର୍ଥ ଦେଶ ଭାବେ ଏହି ଗୌରବ ଅଧିକାରୀ ହେଲା ଭାରତ

ନୂଆଦିଲ୍ଲୀ:ଭାରତ ଆତ୍ମନିର୍ଭର ହେଉଛି । ଧିରେ ଧିରେ ଭାରତ ଜଳ, ସ୍ଥଳ ଓ ବାୟୁରେ ସୈନ୍ୟ କ୍ଷମତା ବୃଦ୍ଧି କରୁଛି । ନଭେମ୍ବର ୧୧ରେ ଭାରତ ରିଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମର ଅଧିକାରୀ ହୋଇଛତି । ଇସ୍ରୋ ଦ୍ୱାରା ଏହାକୁ ବିକଶିତ କରାଯାଇଛି । ବିଶ୍ୱରେ ୪ର୍ଥ ଦେଶ ଭାବେ ଭାରତ ଏହି ଜ୍ଞାନକୌଶଳ ଆପଣାଇବାରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ନାମ ନାବିକ ରଖିଛନ୍ତି ।

୧୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଉପଯୋଗକାରୀର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ । ଭାରତ ମହାସାଗରେ ନୌବାହିନୀରେ ଜାହଜଗୁଡିକ ଉପରେ ଏହା ସାଟେଲାଇଟରୁ ନଜର ରଖିବା ସହ ସୂଚନା ଦେଇପାରିବ । ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ନିଜସ୍ୱ ନେଭିଗେଶନ ସିଷ୍ଟମ ପ୍ରସ୍ତୁତ କରିପାରିଛି ।

Leave A Reply

Your email address will not be published.