Latest Odisha News

BREAKING NEWS

ଭିଣୋଇ ସହ ଚାଟିଂ କରୁଥିଲା ଭଉଣୀ, ଗୁଳିମାଡ କଲା ଭାଇ !

ନୂଆଦିଲ୍ଲୀ: ଦିଲ୍ଲୀରେ ଭଉଣୀକୁ ଗୁଳିମାଡ କଲା ଭାଇ । ଗୁରୁବାର ୱେଲକମ୍ ଅଂଚଳରେ ଘଟିଥିବା ଏହି ଘଟଣାରେ ଆହତ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଗୁଳିମାଡ କରିଥିବା ଭାଇକୁ ପୋଲିସ ଥାନାରେ ଅଟକ ରଖିଛି ।

ଗୁଳିମାଡ କରିଥିବା ଅଭିଯୁକ୍ତର ବୟାନ ଅନୁଯାୟୀ ବଡ ଭଉଣୀର ସ୍ୱାମୀ ସହ ସାନ ଭଉଣୀ ଲଗାତର ଫୋନରେ କଥା ହେବା ସହ ଚାଟିଂ ବି କରୁଥିଲା । ଏ ନେଇ ସାନ ଭଉଣୀକୁ ଅଭିଯୁକ୍ତ ଭାଇ ବାରମ୍ବାର ତାଗିଦ କରିଥିଲା । ହେଲେ ଭଉଣୀ ନମାନିବାରୁ ପ୍ରଥମେ ଯୁକ୍ତିତର୍କ ଓ ପରେ ଉତକ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ଗୁଳିମାଡ କରିଥିଲା ।

ଗୁଳିମାଡ କରିଥିବା ଭାଇ ନାବାଳକ ହୋଇଥିବାରୁ ତାକୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିଥିଲା । ଅନ୍ୟପଟେ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳିକୁ ମଧ୍ୟ ପୋଲିସ ଜବତ କରିଛି ।

Leave A Reply

Your email address will not be published.