ଆସନ୍ତାକାଲି ବିଧାନସଭାରେ ଆସିବ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିବେ । ଗୃହରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବ । ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂଚନା ଦେଇଛନ୍ତି । ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁୟାୟୀ ଆଜି ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ । ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖାଯାଇଛି ।
ରାଜ୍ୟରେ ସ୍କୁଲ ବନ୍ଦ ନେଇ ବିରୋଧୀଙ୍କ ହୋହଲ୍ଲା ଓ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ବାଚସ୍ପତି। ସ୍କୁଲ ବନ୍ଦ ପ୍ରସଙ୍ଗରେ ରୁଲିଂ ଦେଇଥିଲେ ବାଚସ୍ପତି । ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିବାକୁ କହିଥିଲେ । ହେଲେ ସରକାର ନିଷ୍ପତ୍ତି ବଦଳାଇବା ପାଇଁ ଜିଦରେ ଅଟଳ ରହିଥିଲେ ବିରୋଧୀ । ଗୃହ ବାରମ୍ବାର ମୁଲତବୀ କରାଯାଉଥିବାରୁ ସ୍ବଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।
ଗାଇଡଲାଇନ୍ ଅନୁଯାୟୀ ସ୍କୁଲ ବନ୍ଦ କରାଯାଇଛି । ଗାଇଡଲାଇନରେ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି । ସରକାର ମନଇଚ୍ଛା ସ୍କୁଲ ବନ୍ଦ କରିନାହାନ୍ତି । ଗଠନ କରାଯାଇଥିବା କମିଟିର ନିଷ୍ପତ୍ତି ଅନୁଯାୟୀ ସ୍କୁଲ ବନ୍ଦ ନିଷ୍ପତ୍ତି ହୋଇଥିବା କୁହାଯାଇଛି ।
Comments are closed.