Latest Odisha News

BREAKING NEWS

ଅମିତ ସାଧ୍‌ଙ୍କ ଜୀବନ ବଦଳାଇଥିଲା ଆତ୍ମହତ୍ୟା ଉଦ୍ୟମ !

ମୁମ୍ବାଇ: ଟେଲି କିମ୍ବା ବଲିଉଡ ଜଗତରେ ଅମିତା ସାଧଙ୍କ ଚେହେରା କିଛି ନୂଆ ନୁହେଁ । ହେଲେ ଖାସ୍ କରି ୱେବ୍ ସିରିଜ ବ୍ରେଥ୍ ଓ ଅବରୋଧ ଜରିଆରେ ସେ ଚର୍ଚ୍ଚାକୁ ଆସିଥିଲେ । ତାଜା ସ୍ଥିତିରେ ମୋହବତେଁ ଫେମ୍ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ପ୍ରେମ ସଂପର୍କକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ହେଲେ ଦିନେ ଏହି ଅଭିନେତା ଥରେ କି ଦୁଇଥର ନୁହେଁ ବରଂ ଚାରିଚାରିଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ସେହି ଆତ୍ମହତ୍ୟା ଉଦ୍ୟମ ହିଁ ଅମିତଙ୍କତ ଜୀବନକୁ ଦେଇଥିଲା ଏକ ଭିନ୍ନ ମୋଡ ।

ଏକ ଇଣ୍ଟରଭ୍ୟୁ ଅବସରରେ ଅମିତା କହିଥିଲେ ୧୬ ରୁ ୧୮ ବର୍ଷ ବୟସ ମଧ୍ୟରେ ସେ ଚାରିଚାରିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେବେ ଏ ନେଇ ତାଙ୍କ ପାଖରେ କୌଣସି କାରଣ ନଥିଲା । କିଛି ଏପରି ମନ୍ତବ୍ୟ ଦେଇ ଅମିତ ନିଜ ଫ୍ୟାନମାନଙ୍କୁ ଚକିତ କରିଥିଲେ ।

ତେବେ ଚତୁର୍ଥ ଥର ପାଇଁ ଆତ୍ମହତ୍ୟା ଉଦ୍ୟମ ଅମିତଙ୍କୁ ଅନେକ କିଛି ଶିକ୍ଷା ଦେଇଥିଲା । ଅଭିନେତାଙ୍କ ଅନୁଯାୟୀ ଜୀବନରେ କେବେ ହାର ନମାନିବା ଭଳି କଥା ସେ ଆତ୍ମହତ୍ୟାରୁ ବର୍ତ୍ତିବା ପରେ ଜାଣିପାରିଥିଲେ । ନିଜ ଆତ୍ମହତ୍ୟା କାହାଣୀ ଶୁଣାଇବା ସହ ସେ ସମସ୍ତଙ୍କୁ ନିଜ ମନ କଥା ଖୋଲି କହିବାକୁ ଅନୁରୋଧ କରିଥିଲେ । ଏପରିିକି ଆତ୍ମହତ୍ୟା ଭଳି ଶବ୍ଦ ଅନେକଙ୍କୁ ବିଚଳିତ କରୁଥିଲାବେଳେ କିଛି ଲୋକଙ୍କୁ ମାନସିକ ସ୍ତରରେ ସୁଦୃଢ ମଧ୍ୟ କରିଥାଏ ।

Leave A Reply

Your email address will not be published.