Latest Odisha News

BREAKING NEWS

[ଭିଡିଓ] ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଠାବ ହେଲା ଗୁପ୍ତ ସୁଡଙ୍ଗ !

ସାମ୍ବା: ଜାମ୍ମୁ ଓ କାଶ୍ମୀରକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ଆଜି ସାମ୍ବା ସେକ୍ଟରରେ ଠାବ ହୋଇଥିବା ସୁଡଙ୍ଗକୁ ଆତଙ୍କବାଦୀମାନେ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି । ଠାବ ହୋଇଥିବା ୧୫୦ ମିଟର ଲମ୍ବା ସୁଡଙ୍ଗର ମୂଳଦ୍ୱାର ଖୋଜିବା ପାଇଁ ବିଏସ୍‌ଏଫ୍ ଆରମ୍ଭ କରିଛି ଜୋରଦାର ଅପରେଶନ ।

ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜିପି ଦିଲବାଗ ସିଂଙ୍କ ଅନୁଯାୟୀ ଏହି ସୁଡଙ୍ଗକୁ ଜୈସ୍‌-ଇ- ମହମ୍ମଦ ଆତଙ୍କବାଦୀମାନେ ବ୍ୟବହାର କରିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ସର୍ଚ୍ଚ ଅପରେଶନରେ ମିଳିତ ଭାବେ ସାମିଲ ହୋଇଛନ୍ତି ପୋଲିସ ଓ ବିଏସ୍‌ଏଫ୍ । ନିକଟରେ ଜାମ୍ମୁ-ଶ୍ରୀନଗର ଜାତୀୟପଥରେ ହୋଇଥିବା ନାଗରୋଟା ଏନକାଉଣ୍ଟରର ତଦନ୍ତ ଚାଲୁଥିବାବେଳେ ଏହି ସୁଡଙ୍ଗ ଠାବ ହୋଇଥିଲା ।

ଗୁରୁବାର ଜାମ୍ମୁ-ଶ୍ରୀନଗର ହାଇୱେରେ ଥିବା ବ୍ୟାନ୍ ଟୋଲ୍ ପ୍ଲାଜା ନିକଟରେ ଚେକିଂ ଚାଲିଥିଲା । ସେହି ସମୟରେ ଏକ ଟ୍ରକରେ ୪ ଜଣ ଜୈସ୍‌-ଇ-ଆତଙ୍କବାଦୀ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଏନକାଉଣ୍ଟରରେ ନିହତ ହୋଇଥିଲେ ୪ ଆତଙ୍କବାଦୀ । ସେମାନଙ୍କଠାରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଥିଲା । ଛାନ୍‌ଭିନ୍‌ରୁ ଜଣାପଡିଥିଲା ନିହତ ଆତଙ୍କବାଦୀମାନେ ନଭେମ୍ବର ୨୮’ରେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ।

Leave A Reply

Your email address will not be published.