Latest Odisha News

ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ, ୩ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ସେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ ବିଧାୟକ । ସୁଶୀଳା ଦେବୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ସୁଶୀଳା ଦେବୀଙ୍କୁ ସମ୍ମାନ ଦେଇ ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଅପରାହ୍ଣ ୩ଟା ଯାଏଁ ବିଧାନସଭାକୁ ମୁଲତବି ରଖାଯାଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ସୁଶୀଳା ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ଶୋକ ପ୍ରକାଶ କରିବା ସହ ସୁଶୀଳା ଦେବୀଙ୍କୁ ସମ୍ମାନ ଜଣାଇ ଗୃହକୁ ମୁଲତବି ରଖିବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ନରସିଂହ ।

Comments are closed.