Latest Odisha News

BREAKING NEWS

ଓଡ଼ିଆ ରଜ ରିଲିଜ୍ : ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’

ଭୁବନେଶ୍ୱର : ରଜରେ ରିଲିଜ୍ ହେଉଛି ମ୍ୟୁଜିକାଲ୍ ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ରଜରେ ଓଲିଉଡ଼ ରିଲିଜକୁ ଅପେକ୍ଷା କରିଥାନ୍ତି ଓଡ଼ିଆ ସିନେମାପ୍ରେମୀ । ରଜ ବଜାରର ଏହି ଫିଲ୍ମଟିରେ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ନାୟିକା ଭୂମିକାରେ ଅବତୀର୍ଣ୍ଣା ହେଉଛନ୍ତି ନବାଗତା ଦିବ୍ୟା ।

ତରଙ୍ଗ ପ୍ରଡ଼କ୍ସନ ନିବେଦିତ ଫିଲ୍ମଟିର ରହିଛି ମନଛୁଆଁ କେତୋଟି ଗୀତ । ଏହି ମ୍ୟୁଜିକାଲ ହିଟ୍ସ ଫିଲ୍ମଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଅଭିଜିତ ମଜୁମଦାର । ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନଙ୍କ ନାମକୁ ନେଇ ଫିଲ୍ମର ନାମକରଣ ହୋଇଛି । ଏହି ନାମକରଣକୁ ନେଇ ଦର୍ଶକଙ୍କ ମନରେ ଆଗ୍ରହ ସୃଷ୍ଟି ହେବା ସ୍ୱାଭାବିକ ।

ନବାଗତା ନାୟିକା ଏହି ଫିଲ୍ମରେ ନିଖୁଣ ଅଭିନୟ କରିବାର ଚେଷ୍ଟା କରିଛନ୍ତି । ତେବେ ବାବୁସାନଙ୍କ ସହିତ ତାଙ୍କର ଯୋଡ଼ି ବେଶ୍ ଜମିଥିବାର ଜଣାପଡ଼ିଛି ଗୀତରୁ । ଫିଲ୍ମଟିର ଟାଇଟଲ୍ ସଙ୍ଗୀତଟି ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଥିବାରୁ ରଜରେ ହଲ୍ ଭିଡ଼ ହେବାର ଆଶା କରାଯାଉଛି ।

Leave A Reply

Your email address will not be published.