Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ସଂସଦରେ ସଂସ୍କୃତରେ ଶପଥପାଠ କରି ଇତିହାସ ରଚିଲେ ଗୌରବ

ହାମିଲଟନ: ନ୍ୟୁଜିଲାଣ୍ଡରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନଙ୍କ ପାର୍ଟି ବିଜୟ ହାସଲ କରିଛି । ବୁଧବାର ନ୍ୟୁଜିଲାଣ୍ଡ ସଂସଦରେ ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବ ଗୌରବ ଶର୍ମା ଶପଥପାଠ କରିଥିଲେ । ତେବେ ସଂସ୍କୃତରେ ଶପଥପାଠ କରି ସେ ଇତିହାସ ରଚିଛନ୍ତି । ବିଶ୍ୱର ଦ୍ୱିତୀୟ ନେତା ଭାବେ ବିଦେଶୀ ମାଟିରେ ସଂସ୍କୃତରେ ଶପଥପାଠ କରିଛନ୍ତି । ଲେବର ପାର୍ଟିର ଗୌରବ ନ୍ୟାଶନାଲ ପାର୍ଟିର ଟିମ ମେସିଣ୍ଡାଙ୍କୁ ୪୩୮୬ ଭୋଟରେ ହରାଇଥିଲେ ।

ଗୌରବଙ୍କ ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ଆଉ କିଛି ସମାଲୋଚନା ମଧ୍ୟ କରୁଛନ୍ତି । ଗୌରବଙ୍କ ବାପା ଗିରିଧର ଶର୍ମା ଧର୍ମଶାଳାରେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ପରିବାର ସହ ନ୍ୟୁଜିଲାଣ୍ଡ ଆସି ଏଠାରେ ରହି ଯାଇଥିଲେ । ଭାରତ ମାଟି ଛାଡିଥିଲେ ମଧ୍ୟ ଏହାର ପାରମ୍ପାରିକତା ଓ ସଂସ୍କୃତି ଆମେ ଛାଡି ନାହୁଁ ବୋଲି ଗୌରବ କହିଛନ୍ତି ।

Leave A Reply

Your email address will not be published.