Latest Odisha News

BREAKING NEWS

ବଜରଙ୍ଗ ପୁନିଆ-ସଙ୍ଗୀତାଙ୍କ ବିବାହ ସମ୍ପନ୍ନ

ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି । ସଙ୍ଗୀତା ମଧ୍ୟ ଅନ୍ୟ ଭଉଣୀମାନଙ୍କ ପରି ୭ ସ୍ଥାନରେ ୮ଥର ପରିକ୍ରମା କରିଥିଲେ । ୮ମ ପରିକ୍ରମା ବେଟୀ ବଚାଓ ବେଟୀ ପଢ଼ାଓ ପାଇଁ ନେଇଥିଲେ । ବିବାହ ଏକ ଅଦ୍ଭୁତ ସଂଯୋଗ । ମୁଁ ମୋ ଜୀବନସାଥୀକୁ ନେଇ ଘରକୁ ଯାଉଛି ବୋଲି ବଜରଙ୍ଗ ଲେଖିଛନ୍ତି । ଆଗକୁ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସଫଳ ହେବା ନେଇ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଚାହୁଁଛି । ପୂର୍ବରୁ ଅଲିମ୍ପିକ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଚାହିଁଥିଲେ । ମାତ୍ର କରୋନା ଯୋଗୁ ଅଲିମ୍ପିକ ଘୁଂଚିଲା ଫଳରେ ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.