Latest Odisha News

BREAKING NEWS

ଶିବସେନାରେ ମିଶିବେ ରଙ୍ଗୀଲା ଗାର୍ଲ

ମୁମ୍ବାଇ: ଫିଲ୍ମ ଅଭିନେତ୍ରୀ ତଥା ରଙ୍ଗୀଲା ଗାର୍ଲ ଭାବେ ପରିଚିତ ଉର୍ମିଳା ମାତୋଣ୍ଡୋକର ସୋମବାର ରାଜନୀତି ପାର୍ଟି ଶିବସେନାରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଗତ ବର୍ଷ ସେ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହାର ଫାଇଦା କିଛି ହୋଇ ନ ଥିଲା । ସେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ ।

ରିପୋର୍ଟ ମୁତାବକ ଶିବସେନା ଉର୍ମିଳାଙ୍କୁ ବିଧାନ ପରିଷଦ ପଠାଇବା ପାଇଁ ଉଦ୍ୟମ କରୁଛି । ରାଜ୍ୟପାଳ ଭଗତ ସିଂ କୋଶ୍ୟାୟରୀଙ୍କ ନିକଟକୁ ମହାବିକାଶଅଗାଡି ସରକାର ୧୨ଜଣଙ୍କ ନାମ ଏଥିପାଇଁ ପଠାଇଛି । ଏଥିରେ ଉର୍ମିଳାଙ୍କ ନାମ ରହିଛି । ରାଜ୍ୟପାଳ କୋଟାରେ ଖେଳ, କଳା, ବିଜ୍ଞାନ, ଶିକ୍ଷା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ବିଦ୍ୱାନଙ୍କୁ ମନୋନୀତ କରାଯାଇଥାଏ ।

Leave A Reply

Your email address will not be published.