Latest Odisha News

BREAKING NEWS

ବଲାଙ୍ଗିର ସୁନ୍ଦରୀ ଶୁଭଶ୍ରୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ

ଭୁବନେଶ୍ୱର: ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ଜିତିଲେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା ୨୦୨୦ ଟାଇଟଲ। ଏହି ଟାଇଟଲ୍ ସହିତ ସେ VLCC ଫେମିନା ମିସ୍ ଇଣ୍ଡିଆର ଟପ୍ -୩୧ ରେ ସ୍ଥାନ ପାଇଛନ୍ତି ।

ଏବେ ସେ ଟପ୍ ୧୫ରେ ସ୍ଥାନ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ୩୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୌନ୍ଦର୍ଯ୍ୟ ପରିବେଷଣର ଏହି ପ୍ରତିଯୋଗିତା ପାଇଁ ଓଡିଶାର ଶ୍ରେଷ୍ଠ ପାଞ୍ଚଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ସୁଭଶ୍ରୀଙ୍କୁ ଚୟନ କରାଯାଇଛି।

ସେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସ୍କୁଲ ଦିନରୁ ସେ ଅଭିନୟ ଏବଂ ମଡେଲିଂ ପାଇଁ ରୁଚି ରଖିଥିଲେ। ତେଣୁ ପାଠ ପଢା ସହ ନିଜ ପ୍ୟାସନକୁ ମଧ୍ୟ ଅନୁସରଣ କରୁଥିଲେ। ଆଗକୁ ସେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା ରଖିଛନ୍ତି ଏବଂ ଏହି ଦିଗରେ ସେ କାମ ଆରମ୍ଭ କରିଥିବା କହିଛନ୍ତି।

Comments are closed.