କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ମହମ୍ମସ ସାମିଙ୍କ ନିକଟରେ ୨ଟି ରେକର୍ଡ କରିବା ସୁଯୋଗ ରହିଛି ।
ସାମି ଯଦି ଏହି ମ୍ୟାଚରେ ୨ଟି ଉଇକେଟ ହାସଲ କରିବେ ତାହାହେଲେ ଭାରତ ପକ୍ଷରୁ କମ୍ ମ୍ୟାଚରେ ଦିନିକିଆ କ୍ରିକେଟରେ ୧୫୦ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିବେ । ୧୮ ବର୍ଷ ତଳେ ଅଜିତ ଅଗରକର ୯୭ ମ୍ୟାଚରେ ୧୫୦ ଉଇକେଟ ନେଇଥିଲେ । ସାମି ଏବେ ୭୯ ଦିନିକିଆରେ ୧୪୮ ଉଇକେଟ ନେଇଛନ୍ତି । ଓଭରାଲ ସେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ(୭୭ ମ୍ୟାଚ) ଓ ପାକିସ୍ତାନର ସାକଲିନ ମୁସ୍ତାକ (୭୯)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିବେ ।
ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୨୩ରନ: ଦିନିକିଆରେ ଦ୍ରୁତ ୧୨୦୦୦ ରନ ଲ୍ୟାଣ୍ଡମାର୍କ ରେକର୍ଡ ଭଙ୍ଗ କରିବା ପାଇଁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ୨୩ ରନ ଆବଶ୍ୟକ କରୁଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୦୯ ମ୍ୟାଚ ଖେଳି ୩୦୦ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଥିଲେ । କୋହଲି ୨୫୧ ମ୍ୟାଚରେ ୨୪୨ ଇନିଂସ ଖେଳି ୧୧୯୭୭ ରନ କରିଛନ୍ତି । କୋହଲି ଷଷ୍ଠ ଖେଳାଳି ଭାବେ ଏହି ସଫଳତା ହାତେଇବେ । ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଂଟି, ଶ୍ରୀଲଙ୍କାର କୁମାର ସଙ୍ଗକାରା, ସନଥ ଜୟସୂରିୟା ଓ ମାହେଲା ଜୟବର୍ଦ୍ଧନେ ୧୨୦୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.