Latest Odisha News

ଚିଟଫଣ୍ଡ ସଂସ୍ଥା ଏମଡିଙ୍କୁ ମିଳିଲା ୫ବର୍ଷ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଓପିଆଇଡି ଅଦାଲତ ଗୁରୁବାର ଦିନ ଏକ ଶୁଣାଣି କରି ‘ଏସଏସ ଡିପୋଜିଟର୍ସ’ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ତିଆଡିଙ୍କୁ ଅର୍ଥ ହେରଫେର ଓ ଠକେଇ ଅଭିଯୋଗରେ ୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ।

ଅଦାଲତ ତାଙ୍କ ଠାରୁ ୧୧.୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ଚିଟଫଣ୍ଡ ସଂସ୍ଥାର ଅନ୍ୟ ୬ଜଣ କର୍ମଚାରୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ସହ ୨ଲକ୍ଷ ଟଙ୍କା ଜୋରିମାନା ଶୁଣାଣୀ କରିଛନ୍ତି ।

ଏହି ଚିଟଫଣ୍ଡ କମ୍ପାନୀ ୩୦ ଲକ୍ଷ ଜମାକାରୀଙ୍କୁ ତାଙ୍କର ଜମାରାଶି ବୃଦ୍ଧି କରିବା ସହ ଫେରସ୍ତ କରି ଦେବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.