Latest Odisha News

BREAKING NEWS

ପିକନିକ ବସ-ହାଇୱା ମୁହାଁମୁହିଁ ଧକ୍କା, ୨ ମୃତ ଓ ୨୦ ଆହତ

କଟକ : କଟକ-ପାରଦୀପ ରାସ୍ତାରେ ଅନ୍ତର୍ଗତ ସାଲେପୁର ନିକଟସ୍ଥ କମରପଦା ଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ ପିକନିକ ବସର ହାଇୱା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି ।

ଏହି ଦୁର୍ଘଟଣାରେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଟ୍ରକ ଡାଇଭର ଓ ବସର ହେଲପର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାଅନୁଯାୟୀ ପିକନିକ୍ ବସଟି ଭୁବନେଶ୍ୱରରୁ ଜଗତସିଂହପୁର ସ୍ଥିତ ଗୋରଖନାଥ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଏକ ଟ୍ରକ୍ ସହ ବସଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହିତ ଆହତମାନଙ୍କ ମଧ୍ୟରୁ ୭ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ତେବେ ପୋଲିସ ଉକ୍ତ ଦୁର୍ଘଟଣାଗସ୍ତ ଗାଡି ଗୁଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.