Latest Odisha News

BREAKING NEWS

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ ହେଲମେଟରେ ମିଚେଲ ଷ୍ଟାର୍କଙ୍କ ବଲ ବାଜିଥିଲା । ଏହା ପରେ ଜାଡେଜାଙ୍କ କନକସନ ଟେଷ୍ଟ କରାଯାଇଥିଲା । ତାଙ୍କୁ ବିଶ୍ରାମ ଦିଆଯାଇ ଦ୍ୱାଦଶ ଖେଳାଳି ୟୁଜଭେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଜାଡେଜା ଏହି ମ୍ୟାଚରେ ସ୍ପିନର ଭାବେ ଖେଳୁଥିବାରୁ ତାଙ୍କ ବଦଳରେ ଜଣେ ସ୍ପିନରଙ୍କୁ ହଁ ସୁଯୋଗ ମିଳିଥିଲା ।

ଚହଲ ଏହାପରେ ୪ ଓଭରରେ ୨୫ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରି ଦଳକୁ ଜିତାଇଦେଇଥିଲେ । ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲାଙ୍ଗର ଟିମ୍ ଚୂଡାନ୍ତ ଏକାଦଶରେ ଚହଲଙ୍କ ସାମିଲ ନେଇ ମ୍ୟାଚ ରେଫରିଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ନିୟମ ନେଇ ବର୍ତମାନ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Leave A Reply

Your email address will not be published.