Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପୋଲିସର ନାବାଳିକାଙ୍କୁ ଅସଦାଚରଣ !

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ପୋଲିସ-ସେବାୟତ ବିବାଦ ଶ୍ରଦ୍ଧାଳୁଙ୍କ ମାନସପଟରୁ ନଲିଭୁଣୁ ଆଜି ମନ୍ଦିର ଭିତରେ ନାବାଳିକାକୁ ଜଣେ ପୋଲିସ କର୍ମୀଙ୍କ ଅସଦାଚରଣ ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ମନ୍ଦିର ମଧ୍ୟକୁ ଦର୍ଶନ କରିବାକୁ ଆସିଥିଲେ । ଯେତେବେଳେ ପରିବାରବର୍ଗ ମନ୍ଦିରର ମୁଖ୍ୟ ଦ୍ୱାର ନିକଟସ୍ଥ ବାହାରକାଠ ପାଖରେ ଛିଡା ହୋଇଥିଲା ବେଳେ ଜଣେ ପୋଲିସ କର୍ମଚାରୀ ସେମାନଙ୍କ ପାଖକୁ ଆସି ମହାପ୍ରଭୁଙ୍କ ଦର୍ଶନ କରାଇଦେବା ପାଇଁ ଭିତର କାଠ ନିକଟକୁ ନେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସହ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ । ଏହି ଘଟଣା ପରେ ନାବାଳିକାଙ୍କ ପରିବାର ଲୋକେ ଏନେଇ ସିଂହଦ୍ୱାର ପୋଲିସ ନିକଟରେ ଏକ ଅଭିଯୋଗ ଦାଏର କରିଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ସମୟରେ ଜଣେ ଏଏସଆଇଙ୍କ ସମେତ ଅନେକ ପୋଲିସ କର୍ମୀ ମନ୍ଦିର ମଧ୍ୟରେ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି ।

ତେବେ ଏଭଳି ଅଭିଯୋଗ ହେବା ପରେ ଅଭିଯୁକ୍ତ ପୋଲିସ କର୍ମୀଙ୍କୁ ଚିହ୍ନଟ ପାଇଁ ତଦନ୍ତ ଆରମ୍ଭ ଆରମ୍ଭ ହୋଇଥିବା ନେଇ ସିଂହଦ୍ୱାର ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.