Latest Odisha News

BREAKING NEWS

ଜଳ ଯୋଗାଣରେ କାର୍ଯ୍ୟରତ ୮୦୩ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ପ୍ରଦାନ

ଭୁବନେଶ୍ୱର: ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ୮୦୩ ଜଣ ୱାର୍କ ଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବାହ୍ନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଠାରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ଜନ ସ୍ଵାସ୍ଥ୍ୟ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଉଦ୍ୟମରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି।

ଏହି ଆଲୋଚନାରେ ଉଭୟ ସଂଘର କର୍ମକର୍ତ୍ତା ଯଥାକ୍ରମେ ପାଇପ୍ ଜଳ କର୍ମଚାରୀ ସଂଘର ସଭାପତି- ଉମାକାନ୍ତ ନନ୍ଦ, ଜନ ସ୍ଵାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ସଭାପତି- ପ୍ରଶାନ୍ତ କୁମାର ମହାନ୍ତି ସମେତ ସାଧାରଣ ସମ୍ପାଦକ- ମନୋଜ କୁମାର ମହାନ୍ତି, ସାଧାରଣ ସମ୍ପାଦକ- ସୁଦର୍ଶନ ପ୍ରଧାନ, ଏଚ଼୍-ଏମ୍-ଏସ୍ ର ରାଜ୍ୟ ଯୁବ ସଭାପତି-ବିଜୟ ଭୂଷଣ ପତି, ଅଶ୍ଳୀଳ ବ୍ରହ୍ମ, କ୍ଷିରୋଦ ବେଉରା, ଦୀନବନ୍ଧୁ ସେଠୀ, ଯଦୁମଣୀ ପ୍ରଧାନ, ପ୍ରଶନ୍ନ ପଣ୍ଡା, ସନ୍ତୋଷ ରଥ, ଅନୀଲ ପ୍ରଧାନ, ପ୍ରକାଶ ପଟ୍ଟନାୟକ ଏବଂ ହାଡ଼ିବନ୍ଧୁ ନାୟକ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଜଳ ଯୋଗାଣ କର୍ମଚାରୀ ମାନଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.