ମୁମ୍ବାଇ: ବରିଷ୍ଠ ତଥା ସ୍ୱର୍ଗତ ଅଭିନେତା ଓମ୍ ପୁରୀ । ପ୍ରାୟ ୪ ବର୍ଷ ପୂର୍ବେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଥିଲା । ହେଲେ ଏବେ ବି ତାଙ୍କ ଶେଷ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏପରିକି ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଓମ୍ ପୁରୀଙ୍କ ଶେଷ ଫିଲ୍ମର ନୂଆ ଟାଇଟଲ୍ ସ୍ଥିର ହୋଇଥିଲାବେଳେ ରିଲିଜ୍ ଡେଟ୍ ବି ସାମ୍ନାକୁ ଆସିଛି ।
ରାମ ଭାଇଜାନ୍ ଜିନ୍ଦାବାଦରୁ ଫିଲ୍ମର ଟାଇଟଲ ରହିଛି ଓମ୍ ପ୍ରକାଶ୍ ଜିନ୍ଦାବାଦ । ରଂଜିତ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ୧୮ ତାରିଖରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଫିଲ୍ମରେ ଓମ୍ ପୁରୀଙ୍କ ଛଡା କୁଲଭୂଷଣ ଖରବନ୍ଦା, ଜାକିର ହୁସୈନ ଓ ଜଗଦୀପ ମଧ୍ୟ ନଜର ଆସିବେ ।
ମିଳିଥିବା ଖବର ଅନୁଯାୟୀ କିଛି ମାମଲାକୁ ନେଇ ଫିଲ୍ମଟି ସେନ୍ସର ବୋର୍ଡ ନିକଟରେ ଅଟକି ରହିଥିଲା । ପରେ ଓମ ପୁରୀଙ୍କ ନିଧନ ଆଉ ଏକ ବାଧକ ସାଜିଥିଲା । ସେହିଭଳି କରୋନା ମହାମାରୀ ସବୁଠୁ ବଡ ସମସ୍ୟା ଭାବେ ପ୍ରଯୋଜକଙ୍କ ସାମ୍ନାକୁ ଆସିଥିଲା । ତେବେ ବହୁପ୍ରକାର ସମସ୍ୟାକୁ ଆଡେଇ ଶେଷରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି ।
Comments are closed.