ମୁମ୍ବାଇ: ଓମ ରାଉତଙ୍କ ଆଦିପୁରୁଷ ଫିଲ୍ମ ଆରମ୍ଭରୁ ବିବାଦରେ ପଡିଛି । ଫିଲ୍ମ ଅଭିନେତା ସୈଫ ଅଲୀ ଖାଁ ଏକ ସାକ୍ଷାତକାରରେ ଧାର୍ମିକ ଭାବନାକୁ ଆଘାତ କରିଥିବା ନେଇ ଅଭିଯୋଗ ହୋଇଛି । ସିଭିଲ କୋର୍ଟର ଓକିଲ ହିମାଂଶୁ ଶ୍ରୀବାସ୍ତବ ଓକିଲ ଉପେନ୍ଦ୍ର ବିକ୍ରମ ସିଂଙ୍କ ଜରିଆରେ ଧାରା ୧୫୬(୩) ଅନୁସାରେ ଅଭିଯୋଗ ଦାଖଲ କରିଛନ୍ତି । ଆଦିପୁରୁଷ ରାମାୟଣ ଉପରେ ପର୍ଯ୍ୟବେଶିତ । ଶ୍ରୀରାମଙ୍କ ଅପେକ୍ଷା ରାବଣଙ୍କୁ ଫିଲ୍ମରେ ସକାରାତ୍ମକ ଢ଼ଙ୍ଗରେ ଉପସ୍ଥାପନ କରାଯିବା ପାଇଁ ଉଦ୍ୟମ ହେଉଛି ।
ସୈଫ ସାକ୍ଷାତତାରରେ କହିଥିଲେ ରାବଣଙ୍କ ଭଉଣୀଙ୍କ ନାକ ଲକ୍ଷ୍ମଣ କାଟିଥିବାରୁ ସେ ସୀତାଙ୍କୁ ଅପହରଣ କରିଥିଲେ । ଏହି ଫିଲ୍ମ ରାବଣଙ୍କ ସକାରାତ୍ମକ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି । ବିବାଦ ବଢ଼ିବା ପରେ ସୈଫ ଏ ନେଇ କ୍ଷମାପ୍ରାର୍ଥନା କରିଥିଲେ । କୋର୍ଟ ଏବେ ଏହି କେସର ପରବର୍ତୀ ଶୁଣାଣୀ ସେପ୍ଟମ୍ବର ୨୩ରେ କରିବ ।
Comments are closed.