Latest Odisha News

BREAKING NEWS

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ୧୯ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି ।

ସେହିପରି ରାଜ୍ୟର କେତେକ ସହରର ପାରଦ ୧୦ ଡିଗ୍ରୀ ମଧ୍ୟରେ ରହିଛି – କଟକ (୯.୪), ବାଲେଶ୍ୱର (୯.୯), ଭୁବନେଶ୍ୱର (୯.୫), ଅନୁଗୁଳ (୬.୬), ବାରିପଦା (୯.୨), ଝାରସୁଗୁଡା (୭.୫), କେନ୍ଦୁଝର (୬.୪), ସମ୍ବଲପୁର (୭.୮), ସୁନ୍ଦରଗଡ (୭), ହୀରାକୁଦ (୯.୧), ତାଳଚେର (୯.୪), ଭବାନୀପାଟଣା(୭), ବଲାଙ୍ଗୀର (୮), କୋରାପୁଟ(୬.୬), ଫୁଲବାଣୀ (୪.୫), ଟିଟଲାଗଡ (୭), ମାଲକାନଗିରି(୯.୪) ଏବଂ ସୋନପୁର (୭) ।

ଆହୁରି ମଧ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶୀତ ଲହରୀ ଆସନ୍ତା ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.