Latest Odisha News

BREAKING NEWS

ନୂଆ ରେକର୍ଡ କଲା ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ୍ ବାଲୁକା କଳା

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେବେ ବି ଭାବିନଥିଲେ ଯେ ବଡ ଦିନର ସାନ୍ତାକ୍ଲଜ୍ ନୂଆବର୍ଷରେ ଉପହାର ସ୍ୱରୂପ ଏଭଳି ଏକ ପୁରସ୍କାର ଦେବ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ ବିଶ୍ୱ ରେକର୍ଡ ମାନ୍ୟତା ପାଇଛି । ଏନେଇ ଆଜି ସୁଦର୍ଶନ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି,

ଡିସେମ୍ବର ୨୫ ତାରିଖ ବଡ଼ଦିନ ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳା ପ୍ରତି ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏହି ବିଶାଳ ବାଲୁକା କଳାଟି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏହାର ଓସାର ପ୍ରାୟ ୧୦୦ ଫୁଟ । ସବୁଠାରୁ ବଡ଼କଥା ହେଲା ଏହି ବିରାଟକାୟ ବାଲୁକା କଳାରେ ୧୦ ହଜାର ପ୍ଲାଷ୍ଟିକ୍ ବୋତଲ ରହିଛି ।

ଏହି ସାନ୍ତାକ୍ଲଜର ନିର୍ମାଣ ଲାଗି ୨ ଦିନ ସମୟ ଲାଗିଥିଲାବେଳେ ପାଖାପାଖି ୪୦ ଜଣ ଛାତ୍ର ସହଯୋଗ କରିଥିଲେ ଏବଂ ଏଥିରେ ପ୍ରାୟ ୮୦୦ ଟନ୍ ବାଲି ବ୍ୟବହାର କରାଯାଇଥିଲା । ଏଥିସହିତ ସେ ୨ଟି କ୍ରିସମାସ ଟ୍ରି ମଧ୍ୟ ତିଆରି କରିଥିଲେ ।

ଏହି ବାଲୁକା କଳା ଡିସେମ୍ବର ୨୫ ତାରିଖରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଛି ଏବଂ ଏହି ବାଳୁକା କଳାରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନ’କରି ପ୍ରଦୁଷଣମୁକ୍ତ ହେବାକୁ ସେ ନିବେଦନ କରିଥିଲେ।

Leave A Reply

Your email address will not be published.