Latest Odisha News

BREAKING NEWS

ନବୀନଙ୍କୁ ଚୋର କହିଥିବାରୁ ବିଜେଡ଼ିରୁ ବହିଷ୍କୃତ ହେଲି: ଦାମ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ ମଙ୍ଗଳବାର ଦିନ କହିଛନ୍ତି, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୋର କହିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ।

“ନବୀନ ପଟ୍ଟନାୟକ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ଚୋର କହି ଦଳରୁ ବହିଷ୍କାର କରିଥିଲେ । କିନ୍ତୁ ମୋତେ ମଧ୍ୟ ଚୋର କହି ଦଳରୁ ବହିଷ୍କୃତ କରିଦେଇଥିଲେ । ମୁଁ ତାଙ୍କୁ ଖୋଲାଖୋଲି ତାଙ୍କୁ ଚୋର କହୁଥିବି, ତାହାର ପରିଣାମ ଭୋଗିବାକୁ ମଧ୍ୟ ମୁଁ ରାଜି ଅଛି । ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଜନସାଧାରଣ ବିଜେଡ଼ିର କୁଶାସନରୁ ତ୍ରାହି ପାଇବାକୁ ଚାହୁଁଛନ୍ତି,” ବୋଲି କହିଛନ୍ତି ବିଜେଡ଼ିରୁ ନବୀନଙ୍କ ଦ୍ୱାରା ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡଃ ଦାମୋଦର ରାଉତ ।

ଆଗାମୀ ରାଜନୈତୀକ ପନ୍ଥା ସମ୍ପର୍କରେ ସୂଚନା ଦେଇ ଦାମ କହିଛନ୍ତି, “ ମୁଁ ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତି ଏବଂ ଦୀର୍ଘ ୪୪ ବର୍ଷର ରାଜନୈତିକ ଅଭିଜ୍ଞତା ହାସଲ କରିପାରିଛି । ତେଣୁ ମୋର ଭବିଷ୍ୟତ କ’ଣ ହୋଇପାରେ? ମୁଁ ଯାହା ଦେଖେ ତାହାହିଁ କହିଥାଏ । ଲୋକମାନେ ମୋ କଥା ଶୁଣିବାକୁ ଆସିଥାନ୍ତି । କିନ୍ତୁ ମୁଁ ଜାଣିନି ଆଗାମୀ ନିର୍ବାଚନରେ ସେମାନେ କ’ଣ କରିବେ ।”

ଏହି ବରିଷ୍ଠ ନେତାଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ନେତା ଅଶୋକ ପଣ୍ଡା କହିଛନ୍ତି, ଗଣମାଧ୍ୟମ ଲାଗି ସେ ସବୁବେଳେ ନିଜର ବୟାନ ବଦଳାଇଥାଆନ୍ତି । “ଓଡ଼ିଶାର ଜନସାଧାରଣ କିନ୍ତୁ ତାଙ୍କର ଧାରଣା ସହିତ ନାହାନ୍ତି, ଯାହାଦ୍ୱାରାକି ଆଗାମୀ ବିଧାନସଭା ନିର୍ବାଚନରେ ତାହା ଭୁଲ ସାବ୍ୟସ୍ତ ହେବ ।”

Leave A Reply

Your email address will not be published.