Latest Odisha News

BREAKING NEWS

ଆତ୍ମହତ୍ୟା କଲେ ମହିଳା ସିଆଇଡି ଅଫିସର

ବେଙ୍ଗାଳୁରୁ: ହତ୍ୟା, ଆତ୍ମହତ୍ୟା, ଅପରାଧ କିମ୍ବା ଯେ କୌଣସି ସମ୍ବେଦନଶୀଳ ବେଆଇନ କାର୍ଯ୍ୟକଳାପର ଛାନ୍‌ଭିନ୍ କରିଥାନ୍ତି ସିଆଇଡି ଅଫିସର । ହେଲେ ସେହି ସିଆଇଡି ଅଫିସର ଯଦି ଆତ୍ମହତ୍ୟା କରନ୍ତି । ତେବେ ଆପଣ ଏହାକୁ କେମିତି ଗ୍ରହଣ କରିବେ ?

ବୁଧବାର ରାତିରେ ବେଙ୍ଗାଳୁରୁର ଜଣେ ମହିଳା ସିଆଇଡି ଅଫିସର ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଅଫିସର ଜଣକ ହେଲେ ପି.ଭି ଲକ୍ଷ୍ମୀ । ଡିଏସପି ପାହ୍ୟାର ଏହି ମହିଳା ଅଫିସର ଜଣକ ବେଙ୍ଗାଳୁରୁରେ କ୍ରିମିନାଲ୍ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଥିଲେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ୩୩ ବର୍ଷୀୟା ମହିଳା ଅଫିସର ଜଣକ ନିଜର ଜଣେ ବନ୍ଧୁଙ୍କ ଘରକୁ ରାତ୍ର ଭୋଜନ ପାଇଁ ଯାଇଥିଲେ । ସେଠି ସେ ଆତ୍ମହତ୍ୟା କରିଥିବା ଖବର ପ୍ରଥମେ ସାମ୍ନାକୁ ଆସିଥିଲା । ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଉଦ୍ଧାର କରାଯାଇଥିଲା ।

ମୃତ ପି.ଭି ଲକ୍ଷ୍ମୀ ୨୦୧୪ରେ କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିଶନରେ ପାସ କରିଥିଲେ । ଏହାପରେ ସେ ୨୦୧୭ରେ ସିଆଇଡିରେ ଯୋଗଦେଇଥିଲେ । ପ୍ରାଥମିକ ତଦନ୍ତରେ ମହିଳା ସିଆଇଡି ଅଫିସରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ଛାନଭିନ୍ ଜାରି ରଖିଛି ତଦନ୍ତକାରୀ ଦଳ ।

Leave A Reply

Your email address will not be published.