Latest Odisha News

BREAKING NEWS

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୩୩/୬

ଆଡିଲେଡ: ଆଡିଲେଡ ଓଭାଲରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦିବାରାତ୍ର ମୁକାବିଲାରେ ଟିମ୍‌ଇଣ୍ଡିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୨୩୩ ରନ ସଂଗ୍ରହ କରିଛି । ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ(୩୨/୨) ପରେ କୋହଲି ଦଳର ସ୍ଥିତି ସୁଧାରିଥିଲେ । ସେ ୭୪ ରନ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇଯାଇଥିଲେ ।

ଏଠାରେ କୋହଲି ପ୍ରଥମ ଭାରତୀୟ ଭାବେ ୫୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ୭ ଇନିଂସରେ ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୫୦୫ ରନ କରିଛନ୍ତ । ଷ୍ଟମ୍ପ୍ସ ଅପସାରଣ ବେଳକୁ ରିଦ୍ଧିମାନ ଶାହ ୯ ଓ ରବିଚନ୍ଦ୍ରନ ଅଶ୍ୱିନ ୧୫ ରନ କରି ଅପରାଜିତ ରହିଛନ୍ତି । ଚେତେଶ୍ୱର ପୂଜାରା ୪୩ ଓ ଅଜିଙ୍କ୍ୟ ରାହାନେ ୪୨ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.