ମୁମ୍ବାଇ: ବରୁଣ ଧାୱନ ଓ ନତାଶା ଦଲାଲଙ୍କ ପ୍ରେମ କାହାଣୀ ଏବେ କାହାକୁ ଅଛପା ନାହିଁ । ତେବେ ଉଭୟ କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପରଦା ଉଠାଇଛନ୍ତି ବଲିଉଡ ଅଭିନେତ୍ରୀ କରୀନା କାପୁର । ଏକ ଟକ ଶୋରେ କରୀନା, ବରୁଣ ଓ ନତାଶା ଭାଗ ନେଇଥିଲେ । ନତାଶାଙ୍କୁ କରୀନା ବାରମ୍ବାର ମଙ୍ଗେତର ବୋଲି ଡାକୁଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଖୁବ୍ ଶୀଘ୍ର ନିର୍ବନ୍ଧ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ ।
ବରୁଣ ଏ ନେଇ କହିଥିଲେ, ଆମେ ଆଉ କିଛି ଦିନ ଲିଭ ଇନ ରିଲେଶନଶିପରେ ରହିବାକୁ ଚାହୁଁଥିଲୁ । ମାତ୍ର ପରିବାର ଲୋକ ବିବାହ କରିନେବାକୁ ବାଧ୍ୟ କରିଥିଲେ । ତାଙ୍କ ମନ ଭାଙ୍ଗିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । ବରୁଣ-ନତାଶା ଗୋଟିଏ ସ୍କୁଲରେ ପଢ଼ୁଥିଲେ । ପରେ ସେମାନେ ଭଲ ପାଇ ବସିଥିଲେ । ୨୦୨୦ରେ ବିବାହ କରିବାକୁ ଚାହୁଥିଲେ ମାତ୍ର କରୋନା ଯୋଗୁ ଏଥର ବିଳମ୍ବ ଘଟିଥିଲା ।
Comments are closed.