Latest Odisha News

BREAKING NEWS

ଜାନୁଆରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିପାରନ୍ତି ସୋନିଆ ଗାନ୍ଧି

ଭୁବନେଶ୍ବର: ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି । ରାଜ୍ୟ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧି ଏକ ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି । ହେଲେ ସୋନିଆ ଗାନ୍ଧିଙ୍କ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ କାର୍ଯ୍ୟସୂଚୀ ଦିଆଯାଇନାହିଁ ।

ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର ଓଡ଼ିଶା ଗସ୍ତରେ ଆସିବେ । ସେ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ହଁ ସୋନିଆଙ୍କ ଗସ୍ତ ସୂଚୀର ଚୂଡାନ୍ତ ରୂପ ଦିଆଯିବ ବୋଲି ଜଣାପଡ଼ିଛି । ସୋନିଆ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନେଇ ଉତ୍ସାହିତ ଅଛନ୍ତି ରାଜ୍ୟ କଂଗ୍ରେସ ନେତା । ସୋନିଆ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ରାଜ୍ୟ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.