Latest Odisha News

ୱେବ୍‌ ସିରିଜ୍‌ ‘ମହାରାଣୀ’ରେ ଲାଲୁ ଯାଦବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ‘ତୁମ୍ବାଡ୍‌’ ଅଭିନେତା ସୋହମ୍

ନୂଆଦିଲ୍ଲୀ: ‘ତୁମ୍ବାଡ୍‌’ ଅଭିନେତା ସୋହମ୍ ଶାହା ଖୁବ୍ ଶୀଘ୍ର ଏକ ନୂଆ ଅବତାରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏହି ନୂତନ ଅବତାରରେ ସୋହମ୍‌ଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଲାହୁ ଯାଦବଙ୍କ ଜୀବନୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍ “ମହାରାଣୀ” ରେ ସୋହମ୍ ଲାଲୁ ଯାଦବଙ୍କ ଚରିତ୍ରରେ ଅଭିନୟ କରିବେ।

ରିପୋର୍ଟ ଅନୁଯାୟୀ ସୋହମ୍ ଶାହା ସେପ୍ଟେମ୍ବରରେ ଏହି ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଅବିକଳ ଲାଲୁ ଯାଦବଙ୍କ ଭଳି ଦିଶିବା ପାଇଁ ସୋହମ୍ ଦୁଇ ମାସ ମଧ୍ୟରେ ୧୨ କିଲୋଗ୍ରାମ ଓଜନ ବଢାଇଛନ୍ତି। ସୋହମ୍ ଏହି ଭୂମିକା ପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି।

ରିପୋର୍ଟ ଅନୁଯାୟୀ ଭୋପାଳରେ ଏହି ୱେବ୍‌ ସିରିଜ୍‌ର ସୁଟିଂ ଦୀର୍ଘଦିନ ଧରି ଚାଲିବ। ଏହାପରେ ପରବର୍ତ୍ତୀ ସୁଟିଂ ମୁମ୍ବାଇରେ ହେବ। ସୋହମ ଶାହାଙ୍କ ଫିଲ୍ମ ତୁମ୍ବାଡ ୨୦୮ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଉଭୟ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ଉତ୍କୃଷ୍ଟ ପ୍ରତିକ୍ରିୟା ପାଇଥିଲା। ଭେନିସ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବରେ ଏହା ପ୍ରଦର୍ଶିତ ହୋଇଥିଲା।

Comments are closed.