Latest Odisha News

BREAKING NEWS

ଡିସେମ୍ବର ୩୧ରେ ସିବିଏସଇ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଆସନ୍ତା ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ତାରିଖ ଘୋଷଣା ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ।

ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସ‌େ ସିଧାସଳଖ ଆଲ‌ୋଚନା କରିଥିଲେ ପୋଖରିଆଲ୍। ଏହି ସମୟରେ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ଫେବୃଆରୀରେ ବୋର୍ଡ ପରୀକ୍ଷା କରାଯିବ ନାହିଁ।

ଆହୁରି ମଧ୍ୟ କୋଭିଡ ପରିସ୍ଥିତିକୁ ଦୃଷ୍ଟିର‌େ ରଖି ଜାନୁଆରୀ ଓ ଫେବୃଆରୀରେ ପରୀକ୍ଷା କରିବା ସମ୍ଭବ ନୁହେଁ। ହେଲ‌େ ପରୀକ୍ଷା କେବେ ହେବ, ସେନେଇ ଫେବୃଆରୀ ପର‌େ ବିଚାର କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ତେବେ ଏହି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସ୍ଇ ବୋର୍ଡ ପରୀକ୍ଷା ଅନଲାଇନର‌େ ହେବ ନାହିଁ।

Comments are closed.