Latest Odisha News

BREAKING NEWS

ଆଇଏମଡିବି ରେଟିଂରେ ରେସ୩,ହିମ୍ମତୱାଲାଠାରୁ ଖରାପ ରେଟିଂ ପାଇଲା କୁଲୀ ନଂ୧

ମୁମ୍ବାଇ: ବରୁଣ ଓ ସାରା ଅଲୀ ଖାଁ ଅଭିନୀତ କୁଲି ନଂ୧ ଫିଲ୍ମ ନାମରେ ଆଉ ଏକ ଖରାପ ରେକର୍ଡ ଯୋଡି ହୋଇଯାଇଛି । ଦର୍ଶକ ମହଲରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖିତ ହୋଇଥିବା କୁଲୀ ନଂ୧ ଫିଲ୍ମ ରେସ୩, ହିମ୍ମତୱାଲାଠାରୁ କମ୍ ଆଇଏମଡିବି ରେଟିଂ ପାଇଛି । ହିମ୍ମତୱାଲା ୧.୭, ରେସ୩ ଫିଲ୍ମ ୧.୯ , ସଡକ-୨ ୧.୧ ରେଟିଂ ପାଇଥିବା ବେଳେ କୁଲୀ ନଂ୧କୁ ୧.୩ ରେଟିଂ ମିଳିଛି ।

ଗୋବିନ୍ଦ ଓ କରିଶ୍ମା କାପୁର ଅଭିନୀତ କୁଲୀ ନଂ୧ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ଏହାର ରିମେକ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ସୋସିଆଲ ସାଇଟରେ ବରୁଣଙ୍କ ଅଭିନୀତଙ୍କ ଏହି ଫିଲ୍ମ ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛି । ଏପରି କି ବରୁଣଙ୍କ କ୍ୟାରିୟରର ଏହା ସବୁଠାରୁ ଖରାପ ଫିଲ୍ମ ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.