ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୩୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୯୬୫ରେ ପହଞ୍ଚିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।
ସେହିପରି ଗତ ୨୪ଘଣ୍ଟାରେ ୨୨ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨୫୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୪୮ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୦୩ଟି ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭କୁ ବୃଦ୍ଧି ପାଇଛି । ଏଯାବତ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୮୮୦ ରେ ପହଞ୍ଚିଛି। ଏବେ ରାଜ୍ୟରେ ୨ହଜାର ୪୫୧ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.