Latest Odisha News

BREAKING NEWS

‘ଏଭିଅନ୍‌ ଇନ୍‌ଫ୍ଳୁଏନ୍‌ଜା’ ସଂକ୍ରମଣ ଯୋଗୁ ଗଲାଣି ୨୦୦୦ ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ଜୀବନ

ଭୋପାଳ: ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟର ପକ୍ଷୀମାନେ ଏଭିଅନ୍‌ ଇନ୍‌ଫ୍ଳୁଏନ୍‌ଜାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିସାରିଲାଣି। ହିମାଚଳର ଅନେକ ସ୍ଥାନରେ ଏହି ସଂକ୍ରମଣ ହେତୁ ପ୍ରବାସୀ ପକ୍ଷୀମାନେ ମୃତ୍ୟୁ ହୋଇଥିବା ପ୍ରମାଣିତ ହୋଇଛି।

ମଧ୍ୟପ୍ରଦେଶର ପଶୁପାଳନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଆର.କେ ରୋକାଡେ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟର ୭ରୁ୮ଟି ଜିଲ୍ଲାରେ ଏହି ଭାଇରସ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ପ୍ରାୟ ୪୦୦ କାଉଙ୍କର ମୃତ୍ୟୁ ଘଟିଛି। ତେବେ ଏହି ସଂକ୍ରମଣ ରାଜସ୍ଥାନରୁ ହୋଇଥିବା କୁହାଯାଉଛି। ହିମାଚଳର କାଙ୍ଗ୍ରା ଜିଲ୍ଲାର ପ‌ୋଙ୍ଗ ହ୍ରଦରେ ସଂକ୍ରମଣ ହେତୁ ୨୦୦୦ ରୁ ଅଧିକ ପ୍ରବାସୀ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଏହି ପକ୍ଷୀମାନେ ମଧ୍ୟ ଏଭିଅନ୍‌ ଇନ୍‌ଫ୍ଳୁଏନ୍‌ଜାରେ  ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ଏହି ସଂକ୍ରମଣ ବ୍ୟାପିବା ନେଇ ରାଜ୍ୟ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ସଂକ୍ରମଣ କେବଳ ପକ୍ଷୀମାନଙ୍କ ପାଇଁ ନୁହେଁ ମଣିଷ ପାଇଁ ମଧ୍ୟ ମାରାତ୍ମକ ହୋଇଥାଏ।

Comments are closed.