Latest Odisha News

BREAKING NEWS

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର

ଭୁବନେଶ୍ୱର: ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀରେ ଉଦ୍‌ଘାଟିତ ହେଲା ନୀଳକଣ୍ଠେଶ୍ୱର ନିବାସ ଓ ମୁକ୍ତେଶ୍ୱର ରେସିଡେନ୍ସି । ରାଜଧାନୀରେ ବସ୍ତିବାସିନ୍ଦା ଓ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନୀଳକଣ୍ଠେଶ୍ୱର ନିବାସ ଓ ମୁକ୍ତେଶ୍ୱର ରେସିଡେନ୍ସି ଆବାସିକ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହି ସମସ୍ତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଘାଟିକିଆରେ ୫.୨୭ ଏକର ଜମିରେ ନୀଳକଣ୍ଠେଶ୍ୱର ନିବାସ ନିର୍ମାଣ କରାଯାଇଛି।

ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି। ଏଠାରେ ମୋଟ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି। ସେହିପରି ଗାଡ଼କଣରେ ୬.୩୬ ଏକର ଜମିରେ ମୁକ୍ତେଶ୍ୱର ରେସିଡେନ୍ସି ସୁଲଭ ଆବାସିକ ପ୍ରକଳ୍ପ ନିର୍ମିତ ହୋଇଛି। ଏଥିରେ ୬୮୦ଟି ଘର ରହିଛି। ହିତାଧିକାରୀଙ୍କୁ ଘର ଚାବି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ ୧୨ଟି ଖେଳ ପଡ଼ିଆର ବିକାଶ କରାଯାଇଛି। ଘାଟିକିଆରେ ବଜରଙ୍ଗୀ ଖେଳ ପଡ଼ିଆ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସହରରେ ଭଡ଼ାଘରେ ରହୁଥିବା ପରିବାରଙ୍କ ସୁବିଧା ପାଇଁ ଭଡ଼ା ଓ ଟ୍ରାଞ୍ଜିଟ୍‌ ଘର ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ପ୍ରକଳ୍ପରେ ମୋଟ ୨୯୬ଟି ଘର ନିର୍ମାଣ କରିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀରେ ଆବାସ ପାଇଥିବା ମୋଟ ୯୬୨ଟି ପରିବାର ନିଜ ଘରେ ଗୃହ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି।

Leave A Reply

Your email address will not be published.