Latest Odisha News

ଆରପାରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ

କୋଲକାତା: ଆଉ ନାହାନ୍ତି ଶରତ ଚନ୍ଦ୍ର ବୋଷଙ୍କ ଝିଅ ତଥା ନେତାଜୀ ସୁଭାଷ ଚନ୍ଦ୍ର୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ । ଶେଷ ସମୟରେ ଚିତ୍ରା ଘୋଷ ପଶ୍ଚିମବଙ୍ଗରେ ରହୁଥିଲାବେଳେ ଗତକାଲି ତାଙ୍କର ନିଧନ ହୋଇଥିଲା ।

ଚିତ୍ରା ଘୋଷଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ରାଜନୈତିକ ବିଜ୍ଞାନ ଓ ଅର୍ଥନୀତିରେ ସୁଦକ୍ଷ ଚିତ୍ରା ଘୋଷ ପଶ୍ଚିମବଙ୍ଗ ସରକାରଙ୍କ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିଲେ । କୋଲକାତାର ଲେଡି ବ୍ରାବୋର୍ଣ୍ଣ କଲେଜରେ ସେ ରାଜନୈତିକ ବିଜ୍ଞାନ ବିଭାଗର ମୁଖ୍ୟ ଥିଲେ । ତା ଛଡା ଭିଜିଟିଂ ଅଧ୍ୟାପକ ଭାବେ ସେ ଅନେକ କଲେଜରେ ପାଠ ପଢାଇଥିଲେ । ଅଧ୍ୟାପନା ଛଡା ସେ ସାମାଜିକ ଓ ରାଜନୈତିକ ବିଜ୍ଞାନର ପ୍ରଫେସର ଭାବେ ନେତାଜୀ ଇନଷ୍ଟିଟ୍ୟୁଟ୍ ଫର୍ ଏସିୟାନ୍ ଷ୍ଟଡିସରେ ଯୋଗଦେଇଥିଲେ ।

Leave A Reply

Your email address will not be published.