ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଭାରତ ସମଗ୍ର ଇକୋସିଷ୍ଟମକୁ ମଜବୁତ କରୁଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଏହା କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ। ଆମେ ଦ୍ରୁତ ଗଠନମୂଳକ ସଂସ୍କାର ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବୁ। ସେ କହିଛନ୍ତି ଯେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଦେଶ ତଥା ବିଦେଶରେ ଭାରତୀୟଙ୍କ ପାଇଁ ବହୁତ ବଡ଼ ସୁଯୋଗ ରହିଛି।
ଗୋୟଲ ସମ୍ବୋଧନରେ କହିଛନ୍ତି ଯେ ବିଶ୍ବ ସ୍ତରରେ ଭାରତୀୟ ଉତ୍ପାଦର ପ୍ରସାରକୁ ବୃଦ୍ଧି କରିବା ପାଇଁ ନୂତନ ବଜାରରେ ସମ୍ଭାବନାଗୁଡିକ ଆକ୍ରମଣାତ୍ମକ ଭାବରେ ଅନୁସନ୍ଧାନ କରାଯାଉଛି। ବିଦେଶରେ ରହୁଥିବା ଭାରତୀୟମାନେ ଗ୍ରାହକ ବଜାର ବିଷୟରେ ଅଧିକ ବୁଝନ୍ତି। ଆପଣ ଗ୍ରାହକଙ୍କ ଆଚରଣକୁ ଗଭୀର ଭାବରେ ବୁଝିଛନ୍ତି ଏବଂ ଭାରତୀୟ ଶିଳ୍ପକୁ ବୈଦେଶିକ ବ୍ୟାପାର ଅନୁଯାୟୀ ଉତ୍ପାଦ ବିକଶିତ କରିବାରେ ସାହାଯ୍ୟ କରିପାରିବେ। ”
ଗୋୟଲ ଆହୁରି କହିଛନ୍ତି, କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ପରେ ସମସ୍ତେ ବୁଝିଛନ୍ତି ଯେ କିଛି ବଡ କରିବାକୁ ସାହସ ରହିବା ଉଚିତ୍। ଯଦି ଆପଣ ଏହା ନକରନ୍ତି, ତେବେ ଆପଣ ସର୍ବଭାରତୀୟ ସ୍ତରରେ ନେତୃତ୍ୱ କ୍ଷମତା ହରାଇବେ। ଏହା ହେଉଛି ସ୍ବାଧୀନ ଭାରତର ନୀତି।
Comments are closed.