ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ପାକିସ୍ତାନର ୩୦୦ ଆତଙ୍କବାଦୀ । ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି । ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖି ଆସୁଥିଲା ପାକିସ୍ତାନ । ଏବେ ଆଘା ହିଲାଲି ଏକ ଟିଭି ଡିବେଟରେ ୩୦୦ ଆତଙ୍କୀଙ୍କ ମୃତ୍ୟୁ କଥା ସ୍ୱୀକାର କରିବା ପରେ ପାକିସ୍ତାନର ମିଛ ସାମନାକୁ ଆସିଛି ।
ଆଘା ହିଲୀ କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଆମର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ ଥିଲା । ଆମେ ସେମାନଙ୍କର ହାଇକମାଣ୍ଡକୁ ଟାର୍ଗେଟ୍ କରିଛୁ । ଆଗକୁ ସେମାନେ ଆମକୁ ଯେଉଁଭଳି ଭାବରେ ଟାର୍ଗେଟ କରିବେ ଆମେ ମଧ୍ୟ ତାଙ୍କୁ ସେମିତି ଟାର୍ଗେଟ କରିବୁ ବୋଲି ଆଘା କହିଛନ୍ତି ।
୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ହମଲାରେ ୪୦ ଯବାନ ସହିଦ୍ ହୋଇଥିଲେ । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିଲା । ପ୍ରତିଶୋଧ ନେବାକୁ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀର ଟ୍ରେନିଂ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଯେଉଁଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରିଥିଲା । କିନ୍ତୁ ମାନୁ ନଥିଲା ପାକିସ୍ତାନ ।
BREAKING NEWS
- ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
- ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
- Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ
- Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି
- ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି
Comments are closed.