Latest Odisha News

ଟ୍ରାକ୍ ମରାମତି କାର୍ଯ୍ୟ ଯୋଗୁଁ ରାୟଗଡାରେ ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା : ଦକ୍ଷିଣ ଓଡିଶାର ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ରେଲୱେ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ଗୁରୁବାର ଦିନ ରେଳ ଚଳାଚଳ ଆଶିଂକ ପ୍ରଭାବିତ ହୋଇଛି।

ମିଳିଥିବା ସୂଚନାନୁଯାୟୀ ରେଳ ଟ୍ରକ୍ ନିରୀକ୍ଷକ ଦଳ ଉକ୍ତ ଟ୍ରାକ୍ ନିରୀକ୍ଷଣ କରୁଥିବା ବେଳେ ସିଙ୍ଗାପୁର ରୋଡ୍ ରେଲୱେ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ହୋଇଥିବା ଦେଖିବାକୁ ପାଇଥିଲେ ।

ପରବର୍ତ୍ତୀ ସମୟରେ ସେମାନେ ଏହି ଟ୍ରାକ୍ ଦେଇ ଯିବାକୁ ଥିବା ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନର ଲୋକୋପାଇଲଟଙ୍କୁ ଏନେଇ ସତର୍କ କରିଥିଲେ । ଫଳରେ ଏହି ପାସେଞ୍ଜର ଟ୍ରେନଟି ଅଟକି ରହିଥିଲା।

ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ପ୍ରାୟ ଅଧଘଣ୍ଟା ରହଣୀ ପରେ ଗନ୍ତବ୍ୟସ୍ଥଳ ଆଡକୁ ଗମନ କରିଥିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି ଘଟଣା ସମ୍ପର୍କରେ ପଚାରିବାରୁ ରାୟଗଡା ରେଲୱେ ଷ୍ଟେସନ ମାଷ୍ଟର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଧାରଣତଃ ପ୍ରବଳ ଥଣ୍ଡା ସମୟରେ ରେଳ ଲାଇନରେ ଥିବା ଟ୍ରାକ୍ ଗୁଡିକ ମଧ୍ୟରେ ବ୍ୟବଧାନ ସୃଷ୍ଟି ହୋଇଥାଏ ।

Comments are closed.