ପାରାଦୀପ: ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସମୁଦ୍ର ଉପକୂଳରେ ସୁରକ୍ଷା କଡାକଡି ବାହ୍ୟଶତ୍ରୁ ମୁକାବିଲାରେ ସବୁ ବିଭାଗରେ ସମନ୍ୱୟ ରକ୍ଷା ନେଇ ମିଳିତ ସମରାଭ୍ୟାସ କରାଯାଉଛି ।

‘ସି ଭିଜିଲ’ ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦ୍ୱୀପ ବନ୍ଦର, ସିଆଇଏସଫ, ଓଡ଼ିଶା ପୋଲିସ, ମେରାଇନ୍ ପୋଲିସ୍, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୬ଟି ବିଭାଗ ସାମିଲ ହୋଇଛନ୍ତି । ରେଡ ଟିମ ଓ ବ୍ଲୁ ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଆତଙ୍କବାଦୀ ବେଶରେ ସ୍ଥଳଭାଗରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଏବଂ ଅନ୍ୟ ଟିମ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ।

ପ୍ରଥମ ଥର ପାଇଁ ଏହା ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବରେ ଆୟୋଜିତ ହେଉଛି । ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ସାଗର କବଚ ଅନୁଷ୍ଠିତ ହେବାର ଦୁଇମାସ ପରେ ପୁଣି ଏକ ସମରାଭ୍ୟାସର ଆୟୋଜନ କରାଯାଇଛି ।
BREAKING NEWS
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
- Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ
- ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
- ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…
- ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ମନ୍ତ୍ରୀ
- Rule Change For Lok Sabha MPs: ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…
- ଏସୟୁଭି ଧକ୍କାରେ ଜଣେ ମୃତ, ୨ ଗୁରୁତର
- Williams said ‘My Husband Will Kill Me’: ‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ ସୁନୀତା ୱିଲିୟମ୍ସ?
Comments are closed.