Latest Odisha News

୨୦ ମାସର କୁନି ଝିଅ ୫ ଜଣଙ୍କୁ ଦେଲା ନୂଆ ଜୀବନ, ଅମର ହୋଇଗଲେ ଧନିଷ୍ଠା  

ଦିଲ୍ଲୀ: ଦୁନିଆ ଛାଡିବା ଆଗରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ଧନିଷ୍ଠା । ୨୦ ମାସର ଛୋଟିଆ ଝିଅ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଉ ସବୁଠାରୁ କମ୍ ବୟସରେ କ୍ୟାଡେଭର ଡୋନର ହୋଇଯାଇଛନ୍ତି । ଧନିଷ୍ଠା ନିଜ ଶରୀରର 5ଟି ଅଙ୍ଗ ଦାନ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ନିଜ ବାପା ମାଆଙ୍କ ସହ ରହୁଥିଲେ ଧନିଷ୍ଠା । ଜାନୁଆରୀ ୮ ତାରିଖରେ ସେ ନିଜ ଘରର ପ୍ରଥମ ମହଲାରୁ ତଳକୁ ଖସି ପଡିଥିଲେ । ଏହାପରେ ସେ ବେହୋସ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ହୋସରେ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଡାକ୍ତର ।  

ଏହାପରେ ୧୧ ତାରିଖରେ ଧନିଷ୍ଠାଙ୍କ ବ୍ରେନ୍ ଡେଡ୍ ଘୋଷଣା କଲେ ଡାକ୍ତର । କେବଳ ମସ୍ତିଷ୍କକୁ ଛାଡି ତାଙ୍କର ସବୁ ଅଙ୍ଗପ୍ରତ୍ୟେଙ୍ଗ ଠିକରେ କାମ କରୁଥିଲା । ଧନିଷ୍ଠାଙ୍କ ପିତା ଆଶିଷ କୁମାର ଓ ମାଆ ବବିତା ତାଙ୍କ ଗେହ୍ଲା ଝିଅର ଅଙ୍ଗକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।  

ଧନିଷ୍ଠାଙ୍କ ହାର୍ଟ, ଲିଭର, ଦୁଇଟି କିଡନୀ, ଏବଂ ଆଖିର କିଛି ଅଂଶ ଗଙ୍ଗାରାମ ହସ୍ପିଟାଲର ଡାକ୍ତର ବାହାର କରି ୫ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଛନ୍ତି । ମୃତ୍ୟୁ ପରେ ବି ଜୀବିତ ଅଛନ୍ତି ଧନିଷ୍ଠା । 

 

Leave A Reply

Your email address will not be published.